Categories: ଜାତୀୟ

କଶ୍ମୀରରୁ ବୋହୂ ଆଣିବାକୁ କହିଲେ ମନୋହର ଲାଲ୍‌ ଖଟ୍ଟର

ଚଣ୍ଡିଗଡ଼,୧୦।୮: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ଥାନୀୟ ଫତେହବାଦ୍‌ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଏବେ କଶ୍ମୀରରୁ ବୋହୂ ଆଣିବା ସହଜ ହୋଇଥିବା କହିଛନ୍ତି। ପୂର୍ବରୁ ବିହାରରୁ ବୋହୂ ଆଣିବା ପାଇଁ କୁହାଯାଉଥିଲା। ମାତ୍ର ଏବେ ସଭିଏଁ ସହଜରେ କଶ୍ମୀରରୁ ବୋହୂ ଆଣିପାରିବେ ବୋଲି ସେ କହିଛନ୍ତି। ମନୋହରଙ୍କ ଏହି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଉତ୍ତରପ୍ରଦେଶ ମୁଜଫରନଗରସ୍ଥିତି ଖୌତେଲିର ବିଧାୟକ ବିକ୍ରମ ସୈନି କହିଥିଲେ ଯେ, ଏବେ ଭାଜପାର ଅବିବାହିତ ସଦସ୍ୟ ସୁନ୍ଦରୀ କଶ୍ମୀର ଲଳନାଙ୍କୁ ବିବାହ କରିବା ସହିତ ସେଠାରେ ଜମି ମଧ୍ୟ କିଣି ପାରିବେ।

Share