Categories: ଜାତୀୟ

କଶ୍ମୀରରେ ଅଛନ୍ତି ଉର୍ମିଳା ମାତୋଣ୍ଡକରଙ୍କ ଶାଶୁ-ଶ୍ୱଶୁର, ୨୨ଦିନ ହେଲା ସମ୍ପର୍କ ନାହିଁ, ଚିନ୍ତାରେ ପରିବାର

ନୂଆଦିଲ୍ଲୀ,୩୦।୮:ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପରିବାର ଜମ୍ମୁ-କଶ୍ମୀରରେ ଫଶିଯାଇଛନ୍ତି। ଦୀର୍ଘ ୨୨ଦିନ ହେବ ଶାଶୁ-ଶ୍ୱଶୂରଙ୍କ ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି ଉର୍ମିଳା। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାରୁ ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ମୋ ଶାଶୁ-ଶ୍ୱଶୁର ଶାରୀରିକ ଭାବେ ଅସୁସ୍ଥ। ଉଭୟ ଡାଇବେଟିସ୍‌ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ। ତାଙ୍କ ପାଖରେ ଏପର୍ଯ୍ୟନ୍ତ ଔଷଧ ପହଞ୍ଚିପାରିଛି କି ନାହିଁ ତାହା ବି ଆମକୁ ଜଣାନାହିଁ। କେନ୍ଦ୍ର ସରକାରଙ୍କ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତି ଅମାନବୀୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଉର୍ମିଳା ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିଥିଲେ ମଧ୍ୟ ପରାସ୍ତ ହୋଇଥିଲେ।

Share