Categories: ଜାତୀୟ

କଶ୍ମୀରରେ ଆତଙ୍କବାଦୀଙ୍କୁ ଏକାଠି କରିବା ପାଇଁ ମାଧ୍ୟମ ପାଲଟିଛି ମୋବାଇଲ: ସତ୍ୟପାଲ

ଶ୍ରୀନଗର,୧୪।୧୦:କଶ୍ମୀରିଙ୍କ ପାଇଁ ଟେଲିଫୋନ ନୁହେଁ ବରଂ ଜୀବନ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ବି ସେମାନେ ବିନା ଟେଲିଫୋନରେ ଜୀବନ ବିତାଉଥିଲେ। ହେଲେ ଆତଙ୍କବାଦୀମାନେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ଓ ଆତଙ୍କବାଦୀ ସଂଗଠନକୁ ଏକତ୍ରିତ କରିବା ପାଇଁ ମୋବାଇଲର ବ୍ୟବହାର କରୁଛନ୍ତି। ଏଭଳି ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସୋମବାର ଏକ ସାଧାରଣ ସଭାରେ ଯୋଗଦେଇ ସତ୍ୟପାଲ କହିଛନ୍ତି, ଫାରୁକ୍‌ ଅବଦୁଲ୍ଲାଙ୍କ ଉପନିର୍ବାଚନ ସମୟରେ ଗୋଟିଏ ଦିନରେ ୯ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନ ସମୟରେ ବିନା କୌଣସି ବାଧାବିଘ୍ନରେ ବା କାହାରି ଜୀବନ ନ ଯାଇ ୪୦୦୦ ସରପଞ୍ଚ ନିର୍ବାଚନ ଜିତିଥିଲେ। ଏଥିସହ ସେ କହିଛନ୍ତି ଗତ ୨ମାସ ଭିତରେ ମୋବାଇଲ ସେବା ବନ୍ଦ ଥିବାରୁ ଘାଟିରେ କାହାରି ଜୀବନ ଯାଇନାହିଁ। ତେବେ ଆଗାମୀ କିଛି ଦିନ ଭିତରେ ଇଣ୍ଟରନେଟ ସେବାକୁ ଆରମ୍ଭ କରାଯିବ ବୋଲି ସତ୍ୟପାଲ ସୂଚୀତ କରିଛନ୍ତି।

Share