Categories: ଜାତୀୟ

କଶ୍ମୀରରେ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଯବାନ

ଶ୍ରୀନଗର,୧୫।୭: ଜମ୍ମୁ କଶ୍ମୀର ବାରମୂଳାରେ ୨ଜଣ ସିଆରପିଏଫ୍‌ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଛନ୍ତି। ସୋମବାର ୧୪ବର୍ଷର ଜଣେ ଝିଅ ନଦୀରେ ବୁଡ଼ିଯାଉଥିବା ଦେଖି ୧୭୬ ବାଟାଲିୟନର କନେଷ୍ଟବଳ ଏମ୍‌ଜି ନାଇଡୁ ଓ କନେଷ୍ଟବଳ ଏନ୍‌ ଉପେନ୍ଦ୍ର ପାଣିକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ନାବାଳିକାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଏହି ସମୟର ଦୃଶ୍ୟକୁ ସିଆରପିଏଫ୍‌ ଯବାନ ନିଜ ଟୁଇଟରରେ ଆକାଉଣ୍ଟରେ ଶେୟାର କରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯବାନଙ୍କ ଏହି କାର୍ଯ୍ୟ ପାଇଁ ସାଧାରଣମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

Share