କଶ୍ମୀରରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଶ୍ରୀନଗର,୨୬।୩: ଜମ୍ମୁ-କଶ୍ମୀର ଶ୍ରୀଗନରରେ କରୋନା ଭାଇରସରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଶ୍ରୀନଗର ହାଇଦରପୋରା ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜମ୍ମୁ-କଶ୍ମୀରର ପ୍ରିନ୍ସପାଲ ସେକ୍ରେଟାରୀ(ଯୋଜନା ଆୟୋଗ)ରୋହିତ କନସଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

Share