Categories: ଜାତୀୟ

କଶ୍ମୀରରେ ପ୍ରବେଶ କଲା କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ୪୨

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜମ୍ମୁ-କଶ୍ମୀରରେ ଜଣେ ୮୩ ବର୍ଷୀୟା ବୃଦ୍ଧା କରୋନା ଭାଇରସରେ ସଂକ୍ରମିତ ହେବା ଜଣାପଡିବା ପରେ ଏହା ଜମ୍ମୁ-କଶ୍ମୀରର ପ୍ରଥମ କରୋନା ସଂକ୍ରମିତ ବୋଲି କୁହାଯାଇଛି। ଏବେ ଏହାକୁ ନେଇ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ସୁସ୍ଥ ହୋଇଥିବା ସୂଚନା ରହିଛି। କେରଳରେ ଜଣେ ୩ ବର୍ଷର ଶିଶୁ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ଏହା ଦେଶବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି। ଶିଶୁଟିର ପରିବାର ନିକଟରେ ଇଟାଲିରୁ ଫେରିଥିବା ବେଳେ ଶିଶୁଟି କରୋନା ଭାଇରସରେ ସଂକ୍ରମିତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନାରେ ଏବେ ମୃତ୍ୟୁ ସଂଖ୍ୟା ୩,୧୧୬ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୦,୭୦୦।

Share