କଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିବାରୁ ହଟହଟା ହେଲେ ପାକିସ୍ତାନ ଅଭିନେତ୍ରୀ

ଇସଲାମାବାଦ,୧।୧୦:ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ କଶ୍ମୀର ପ୍ରସଙ୍ଗରେ କୌଣସି ମତ ନ ରଖିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ମେହଓ୍ବିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ପାକିସ୍ତାନ ଗଣମାଧ୍ୟମର ଜଣେ ପ୍ରତିନିଧି କଶ୍ମୀର ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଏହାର ଉତ୍ତର ନ ଦେଇ ସେଠାରୁ ପଳାଇଥିଲେ। ପାକିସ୍ତାନ ଗଣମାଧ୍ୟମ କଶ୍ମୀର ପ୍ରସଙ୍ଗରେ ମେହଓ୍ବିଶ୍‌ ମତ ରଖନ୍ତୁ ବୋଲି ଚାହୁଁଥିଲା। କିନ୍ତୁ ଏନେଇ ସେ କୌଣସି ମନ୍ତବ୍ୟ ଦେବାକୁ ସିଧାସିଧା ମନା କରିବାରୁ ପାକିସ୍ତାନ ୟୁଜର୍ସ ସୋସିଆଲ୍‌ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରିବାକୁ ପଛାଇ ନ ଥିଲେ।

Share