Categories: ଜାତୀୟ

କଶ୍ମୀରରେ ପ୍ରାୟ ୩୦୦ ଆତଙ୍କବାଦୀ

ଶ୍ରୀନଗର,୭ା୧୦: ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଶୀତଋତୁ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଛି। ଏଥିପାଇଁ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ କରୁଛି ବୋଲି ଡିଜିପି ଦିଲବାଗ୍‌ ସିଂ କହିଛନ୍ତି। ରବିବାର ବାରାମୁଲା ଜିଲାରେ ମହସିନ ମଞ୍ଜୁର ସାଲହେଆ ନାମକ ଜଣେ ଜୈଶ୍‌ ଆତଙ୍କବାଦୀ ଗିରଫ ହୋଇଛନ୍ତି।

Share