କଶ୍ମୀରରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ଦେଖି ଟ୍ରମ୍ପଙ୍କୁ ଗୁହାରି କଲେ ଇମ୍ରାନ୍‌

ଇସଲାମାବାଦ,୫।୮: ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପେର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଇମ୍ରାନ କହିଛନ୍ତି ପୂର୍ବରୁ ଟ୍ରମ୍ପ କାଶ୍ମୀର ପରିସ୍ଥିତିକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କଥା ଉଠାଇଥିଲେ। ଏବେ କିନ୍ତୁ ଏହି ସମୟ ପହଞ୍ଚି ସାରିଛି। ଜମ୍ମୁ-କଶ୍ମୀର ସୀମାରେ ସୁରକ୍ଷାକର୍ମୀ ମୁତୟନ ହେବା ଫଳରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ତେଣୁ ଟ୍ରମ୍ପ ଏଥିପାଇଁ କିଛି କରନ୍ତୁ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଇମ୍ରାନ କହିଛନ୍ତି ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଆକ୍ରମଣାତ୍ମକ ଉଦ୍ୟମ କରୁଛନ୍ତି ଯାହା ଉଭୟ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବ।

Share