ନୂଆଦିଲ୍ଲୀ,୧୨।୮: ସୋମବାର ସାରା ଦେଶରେ ଇଦ୍-ଉଲ୍-ଜୁହା(ବକରି ଇଦ୍) ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଇଦ୍-ଉଲ୍-ଜୁହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସୋମବାର ସକାଳୁ ଲୋକେ ଶାନ୍ତି ଶୃଙ୍ଖଳାର ସହ ନମାଜ ପାଠ କରିଥିବା ଜଣାପଡିଛି। ଘର ପାଖରେ ଆବଶ୍ୟକ ସାମଗ୍ରୀ ପଠାଇବାଠାରୁ ଆରମ୍ଭ କରି ବିଶେଷ ଟେଲିଫୋନ୍ ବୁଥ୍ର ବନ୍ଦୋବସ୍ତ କରିଥିଲେ ସରକାର। ତେଣୁ ସେମିତି କିଛି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନେବା ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ପରିସ୍ଥିତିକୁ ଦେଖି ପ୍ରଥମେ ଜମ୍ମୁରୁ ୧୪୪ ଧାରା ଉଠାଇ ଦିଆଯାଇଥିଲା। ଏବେ ସେଠାରେ ପରିସ୍ଥିିତି ସ୍ବାଭାବିକ ଥିବା ସୂଚନା ମିଳିଛି।