Posted inଜାତୀୟ

କଶ୍ମୀରରେ ହିଂସା ପାଇଁ ଷଡଯନ୍ତ୍ର ରଚୁଥିଲା ପାକିସ୍ତାନ: ସେନା

ଶ୍ରୀନଗର,୪।୯: ଭାରତୀୟ ସେନା ମଙ୍ଗଳବାର ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏନେଇ ଚିନାର ସେନାର କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ କେଜେଏସ୍‌ ଧିଲୋନ ଓ ଜମ୍ମୁ-କଶ୍ମୀରର ପୋଲିସ ଏଡିଜି ମୁନୀର ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କୁ ଅଗଷ୍ଟ ୨୨ ବିଳମ୍ବିତ ରାତିରେ ବାରମୂଳାରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ଖଲିଲ ଅହମ୍ମଦ ଓ ମେଜାମ ଖୋକର। ଏମାନେ ଲସ୍କର-ଇ-ତୋଏବା ସଂଗଠନ ସହ ଜଡିତ ଥିବା ବେଳେ ଖବରଦାତା ସମ୍ମିଳନୀରେ ସେମାନଙ୍କର ଭିଡିଓ ଜାରି କରାଯାଇଛି। ତେବେ ଘାଟିରେ ପାକିସ୍ତାନ ପକ୍ଷରୁ ପ୍ରବେଶ କରିବାକୁ ଉଦ୍ୟମ କରାଯାଉଥିବା ବେଳେ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ। ଆଉ ଏଥିପାଇଁ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ବୋଲି ଦୁଇ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…

ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ...

୧୨.୫ ଲକ୍ଷ ମେଧାବୀଙ୍କୁ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ସାହାଯ୍ୟ କରିବେ ସରକାର

ନୂଆଦିଲ୍ଲୀ,୧୩।୧୧: ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ମୋଦି ବି ପାଳନ କରିଛନ୍ତି ବୁଲ୍‌ଡୋଜର ଆଇନ: ଓଓ୍ବାଇସି

ନୂଆଦିଲ୍ଲୀ,୧୩ା୧୧: ବୁଧବାର ସୁପ୍ରିମକୋର୍ଟ ‘ବୁଲ୍‌ଡୋଜର ଆଇନ’ର ଧାରା ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ...

ଭାଷଣ ଦେଉଥିଲେ ମୋଦି, ହଠାତ୍‌ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ…

ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ...

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ।...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆବର୍ଷରେ ମିଳିପାରେ ଖୁସି ଖବର!

ନୂଆଦିଲ୍ଲୀ,୧୩।୧୧: ଗତ ମାସରେ ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଫଳରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏରେ ଆଉ ୩% ବୃଦ୍ଧି...

ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର, ଜାଣନ୍ତୁ କିଏ କଲେ ଦାବି

ନୂଆଦିଲ୍ଲୀ,୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ବିଶ୍ବ ସ୍ତରରେ ସେ ଜଣେ ଶକ୍ତିଶାଳୀ ନେତା । ଆଉ ସମସ୍ତ ଦେଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri