Categories: ଜାତୀୟ

କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫

ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏକାଧିକ ଅପରେଶନରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ ସିଂ ଶନିବାର ପ୍ରକାଶ କରିଛନ୍ତି। ଚଳିତବର୍ଷ ଅନ୍ତର୍ଜାତୀୟ ସୀମା ଦେଇ ୩ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରିଥିବା ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରାଲ୍‌ ସେକ୍ଟର୍‌ରେ ଜଣେ ଜେଇଏମ୍‌ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିପାତ୍‌ କରିଛନ୍ତି। ପୂର୍ବରୁ ଅନେକ ଆତଙ୍କବାଦୀ ସୀମା ଡେଇଁ ଭାରତରେ ପ୍ରବେଶ କରିଥିବା ବେଳେ ଏବେ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ଯଥେଷ୍ଟ କରିଥିବା ସେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ୨ ମାସ ମଧ୍ୟରେ ପ୍ରାୟ ୧୨ ଅପରେଶନ ସେନା ପକ୍ଷରୁ କରାଯାଇ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଉପତ୍ୟକାରେ ୯, ଜମ୍ମୁରେ ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଅଭିଯୋଗରେ ପ୍ରାୟ ୪୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସୋସିଆଲ ମିଡିଆକୁ ଅପବ୍ୟବହାର କରାଯାଇ ବିଭିନ୍ନ ଧମକ ଦିଆଯାଉଛି ଓ ଏନେଇ ସୁରକ୍ଷାକର୍ମୀମାନେ ସତର୍କ ଥିବା ଡିଜିପି ସିଂ ପ୍ରକାଶ କରିଛନ୍ତି।

Share