କଶ୍ମୀରରେ ୫ ଡାକ୍ତର କରୋନା ପଜିଟିଭ

ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରରେ ୫ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଜଣେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କହିଛନ୍ତି ହେଡ୍‌ ଅଫ୍‌ ଚିଫ୍‌ ଡିଜିଜ ହସ୍ପିଟାଲର ଡାକ୍ତର ନଭିଦ ଶାହା । ତେବେ ଏମାନେ ରୋଗୀର ସଂସ୍ପର୍ଶରେ ଆସି କରୋନାରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏବେ ଜମ୍ମୁ-କଶ୍ମୀରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୮୩ ରେ ପହଞ୍ଚିଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

Share