କଶ୍ମୀରର ଶେଷ ହିନ୍ଦୁ ରାଣୀଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ କଶ୍ମୀରରେ ରାଜ କରୁଥିବା ଶେଷ ହିନ୍ଦୁ କୋଟା ରାଣୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଫାଣ୍ଟମ ଫିଲ୍ମର ମିଳିତ ସହଯୋଗରେ ଏହି ଫିଲ୍ମ ତିଆରି ହେବ। କୁହାଯାଏ, ୧୪ ଶତାଦ୍ଦୀରେ ଥିବା କଶ୍ମୀର ରାଣୀଙ୍କ ଜୀବନ ବହୁ ନାଟକୀୟ ଭାବେ ରହିଛି। ତାଙ୍କର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ ଥିବା ବେଳେ ସେ ଭାରତର ସବୁଠାରୁ ସକ୍ଷମ ମହିଳା ଶାସକ ହେବା ସହ ରଣ କୌଶଳରେ ମଧ୍ୟ ଅତି ନିପୂଣ ଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ଭାରତୀୟ ହୋଇ ମଧ୍ୟ ଆମେ କୋଟା ରାଣୀଙ୍କ ବିଷୟରେ ପର୍ଯ୍ୟାପ୍ତ ଭାବେ ଜାଣିନାହୁଁ ବୋଲି ଫିଲ୍ମର ପ୍ରଯୋଯକ ମଧୁ ମାଣ୍ଟେନା କହିଛନ୍ତି। ଅନ୍ୟପଟେ ତାଙ୍କର ଏହି କାହାଣୀକୁ ସବୁ ଭାରତୀୟଙ୍କ ପାଖରେ ପହଞ୍ଚାଇବା ଫିଲ୍ମର ଲକ୍ଷ୍ୟ ବୋଲି ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ସିଇଓ  ସୂଚିତ କରିଛନ୍ତି।

Share