Categories: ଜାତୀୟ

କଶ୍ମୀରର ୫୨ ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ, ୧୯ା୯: ଜମ୍ମୁ-କଶ୍ମୀରରେ ବୁଧବାର ଏକ ବଡ଼ ଧରଣର ଅମଲାତାନ୍ତ୍ରିକ ଅଦଳବଦଳ କରାଯାଇଛି। ଦୁଇ ଆଇଏଏସ୍‌ ଅଧିକାରୀଙ୍କ ସହ ୫୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବିପୁଲ ପାଠକଙ୍କୁ ସାମାଜିକ କଲ୍ୟାଣ ବିଭାଗର ପ୍ରମୁଖ ସଚିବଭାବେ ନିଯୁକ୍ତି ମିଳିଥିବାବେଳେ ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନିରଜ୍‌ କୁମାରଙ୍କୁ ଉକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ପାଠକ ଅତିରିକ୍ତ ଭାବେ ବିଜ୍ଞାନ, କାରିଗରୀ ଓ ଆଇଟି ବିଭାଗର ପ୍ରଶାସନିକ ସଚିବ ଭାବେ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜମ୍ମୁ-କଶ୍ମୀରର ୨୩ ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟ ୨୭ ଅଧିକାରୀଙ୍କୁ ବଦଳି କରାଯାଇଛି।

Share