କଶ୍ମୀର ଉପରେ ଟୁଇଟ କରି ବିବାଦରେ ପାକିସ୍ତାନ ରାଷ୍ଟ୍ରପତି

ଇସ୍‌ଲାମାବାଦ,୨୬।୮: ଜମ୍ମୁ-କଶ୍ମୀରରେ ଭାରତ ସରକାରଙ୍କ ପକ୍ଷରୁ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ସୋସିଆଲ ମିଡିଆ ଜରିଆରେ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଲଗାତାର ଭାବେ ଉଦ୍ୟମ ଚଳାଇଛି। ଏହି କ୍ରମରେ ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି ମଧ୍ୟ କଶ୍ମୀରକୁ ନେଇ ଏକ ମିଥ୍ୟା ଖବର ଶେୟାର କରିଥିବା ଜଣାପଡ଼ିଛି। ଏନେଇ ରାଷ୍ଟ୍ରପତି ଅଲଭିଙ୍କୁ ଟୁଇଟର ପକ୍ଷରୁ ନୋଟିସ ପଠାଯାଇ ଜବାବ ମଗାଯାଇଛି। ରାଷ୍ଟ୍ରପତି ଅଲଭିଙ୍କୁ ନୋଟିସ ଦିଆଯିବା ପରେ ପାକିସ୍ତାନରେ ଏହାକୁ ନେଇ ବିରୋଧ କରାଯାଇଛି।

Share