ରାଞ୍ଚି, ୧୩।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଜମ୍ମୁ-କଶ୍ମୀରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। କଶ୍ମୀରରେ ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଚାହୁଁଛନ୍ତି ଧୋନୀ। ଏହି ଏକାଡେମୀରେ ସେ ସ୍ଥାନୀୟ ଖେଳାଳିଙ୍କୁ ମାଗଣାରେ ଟ୍ରେନିଂ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତୀୟ କ୍ରୀଡା ମନ୍ତ୍ରଣାଳୟ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ବାହାରୁଛନ୍ତି। ପରଭେଜ୍ ରଶୁଲ, ମଞ୍ଜୁର ଡାର୍ ଏବଂ ରଶିଖ୍ ସଲାମ୍ ପ୍ରମୁଖ ଆଇପିଏଲ ଖେଳିସାରିଛନ୍ତି।