Categories: ଜାତୀୟ

କଶ୍ମୀର ଗସ୍ତରେ ଆସିଥିବା ବ୍ରିଟିଶ୍‌ ଏମ୍‌ପିଙ୍କୁ ଦିଲ୍ଲୀରୁ ଫେରାଇଦିଆଗଲା

ନୂଆଦିଲ୍ଲୀ,୧୮ା୨: ଏକ ବ୍ରିଟିଶ ପ୍ରତିନିଧି ଦଳର ନେତୃତ୍ୱ ନେଇ କଶ୍ମୀର ଗସ୍ତରେ ଆସିଥିବା ଲେବର ପାର୍ଟି ଏମ୍‌ପି ଡେବି ଆବ୍ରାହାମ୍ସଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ। ତାଙ୍କର ଇ-ଭିଜା ରଦ୍ଦ ହୋଇଥିବା ସରକାର କହିଛନ୍ତି। ତେବେ ସେ ଦିଲ୍ଲୀରେ ପହଞ୍ଚତ୍ବା ପରେ ଭିଜା ରଦ୍ଦ ସମ୍ପର୍କରେ କର୍ତ୍ତୃପକ୍ଷ ଜଣାଇଲେ ବୋଲି ଆବ୍ରାହାମ୍ସ ଟୁଇଟରରେ ଅଭିଯୋଗ କରିଛନ୍ତି। ଫେବୃୟାରୀ ୧୩ ପୂର୍ବରୁ ସେ ଏନେଇ କୌଣସି ଇ-ମେଲ୍‌ ପାଇ ନ ଥିଲେ। ଏହା ପରେ ସେ ବିଭିନ୍ନ ଗସ୍ତରେ ରହି ନିଜ କାର୍ଯ୍ୟାଳୟଠାରୁ ଦୂରରେ ଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଯଥେଷ୍ଟ ପୂର୍ବରୁ ଭିଜା ବାତିଲ ସମ୍ପର୍କରେ ଜଣାଇ ଦିଆଯାଇଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁବାଇରୁ ନୂଆଦିଲ୍ଲୀ ଆସିଥିବା ଆବ୍ରାହାମ୍ସଙ୍କୁ ପୁଣିଥରେ ଦୁବାଇ ପଠାଇ ଦିଆଯାଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଏହି ବ୍ରିଟିଶ୍‌ ଏମ୍‌ପି ସମାଲୋଚନା କରିଥିଲେ।

Share