ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। ଶ୍ରୀନଗରରେ ଜଣେ ବ୍ୟକ୍ତି ଦୋକାନ ଖୋଲିବାରୁ ତାଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଗୁଲାମ ମହମ୍ମଦ(୬୫ବର୍ଷ)। ପରିମ ପୋରାରେ ଥିବା ଦୋକାନ ସେ ଗୁରୁବାର ସନ୍ଧ୍ୟାରେ ଖୋଲିଥିଲେ। ଏତିକିବେଳେ ଆତଙ୍କବାଦୀମାନେ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।