Categories: ଜାତୀୟ

କଶ୍ମୀର ଟାଇମ୍ସ ଏଡିଟରଙ୍କ ଅନୁରୋଧ: ମିଡିଆ କଟକଣା ଉଠାଯିବା ଆବେଦନର ଶୀଘ୍ର ଶୁଣାଣି ହେଉ

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଜମ୍ମୁ-କଶ୍ମୀରରେ ମିଡିଆ କଟକଣା ଲାଗିଥିବାବେଳେ ଏହାକୁ ହଟାଯିବା ଲାଗି କଶ୍ମୀର ଟାଇମ୍ସ ନାମକ ଏକ ପ୍ରତିଷ୍ଠିତ ଖବରକାଗଜର ଏଡିଟର ଅନୁରାଧା ଭାସିନ୍‌ କରିଥିବା ଆବେଦନର ଶୀଘ୍ର ଶୁଣାଣି ଲାଗି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଖବରଦାତାଙ୍କୁ ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଓ ଖବର ସଂଗ୍ରହର ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଏନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅନୁରାଧାଙ୍କ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କୁ ରେଜିଷ୍ଟ୍ରାର ମେମୋ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

Share