Categories: ଜାତୀୟ

କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର

ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ମଧ୍ୟସ୍ଥତା ଲୋଡ଼ି ନାହାନ୍ତି। ଟ୍ରମ୍ପ୍‌ ମୋଦିଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ବନ୍ଦ କଲେ ଭାରତ ସହିତ ଆଲୋଚନା ସମ୍ଭବ ବୋଲି ସବୁବେଳେ କେନ୍ଦ୍ର ସରକାର କହୁଥିବା ଜୟଶଙ୍କର ସୂଚିତ କରିଛନ୍ତି।

Share