କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ କରି ଚାଇନାରେ ଥିବା ମୁସଲମାନ୍‌ଙ୍କ ଚିନ୍ତା କରିବା ଆବଶ୍ୟକ। କଶ୍ମୀରରେ ମୁସଲମାନ୍‌ଙ୍କ ଅବସ୍ଥା ଭଲ ରହିଛି। ତେବେ ଚାଇନାରେ ଉୟିଘର ମୁସଲମାନ୍‌ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଦାଢ଼ି ରଖିବା ପାଇଁ ବାରଣ କରାଯାଉଛି। ଏହା ସହିତ ସାଧାରଣ ଭାବେ ନିଜର ଧାର୍ମିକ ପରମ୍ପରା ପାଳନ ଲାଗି ମଧ୍ୟ ମନା କରାଯାଉଛି। ୧୦ ଲକ୍ଷ ମୁସଲମାନ୍‌ଙ୍କୁ ଚାଇନାର ପଶ୍ଚିମ ଶିଜିୟାଙ୍ଗ୍‌ ଅଞ୍ଚଳରେ ନଜରବନ୍ଦୀ ଶିବିରରେ ରଖାଯାଇଛି। ଏନେଇ ୨୦୧୮ରେ ଜାତିସଂଘ ପାଖରେ ରିପୋର୍ଟ ପହଞ୍ଚିଥିଲା। ତେଣୁ ପାକିସ୍ତାନ ଚାଇନାରେ ଥିବା ମୁସଲମାନଙ୍କ ଲାଗି ଚିନ୍ତା କରିବା ଆବଶ୍ୟକ ବୋଲି ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ମନ୍ତ୍ରୀ ଏଲସ୍‌ ଜି ଓ୍ବେଲସ୍‌ ସୂଚନା ଦେଇଛନ୍ତି।

Share