Categories: ଜାତୀୟ

କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି

ଜମ୍ମୁ,୧୦।୧: ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ଗୁରୁବାର ସେଠାରେ ପହଞ୍ଚିଥିବା ବିଦେଶୀ ପ୍ରତିନିଧି ଦଳ ଶୁକ୍ରବାର କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। ଜମ୍ମୁ ସହର ଉପାନ୍ତରେ ଥିବା ଜଗତି ମାଇଗ୍ରାଣ୍ଟ ଟାଉନଶିପରେ ଏମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେନ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ସରକାରୀ ଭାବେ ଏହି ବିଦେଶୀ ପ୍ରତିନିଧି ଦଳ ସେଠାକୁ ଗସ୍ତ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାକୁ ଯିବା ଆସିବାରେ ପ୍ରତିବନ୍ଧକ ଥିଲା। ଏବେ ଧୀରେ ଧୀରେ ସ୍ଥିତିରେ ପରିବର୍ତ୍ତନ ଆସୁଥିବା କୁହାଯାଉଛି।

Share