‘କଶ୍ମୀର ପ୍ରସଙ୍ଗକୁ ମିଳୁନି ସମର୍ଥନ’

ବନ୍‌,୧୮ା୧: ପାକିସ୍ତାନ ବିଶ୍ୱ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗକୁ ଯେତେ ଉଠାଇଲେ ବି ଏହାକୁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ମିଳୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର ଏହା ସ୍ବୀକାର କରିଛନ୍ତି। ଜର୍ମାନୀର ସରକାରୀ ଟିଭି ଚ୍ୟାନେଲ ଡିଡବ୍ଲ୍ୟୁକୁ ଏକ ସାକ୍ଷାତ୍‌କାର ଦେଇ ଇମ୍ରାନ୍‌ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ବ୍ୟବସାୟିକ ସ୍ବାର୍ଥ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନେ କଶ୍ମୀର ପ୍ରସଙ୍ଗରୁ ମୁହଁ ଫେରାଇ ନେଉଛନ୍ତି। ଭାରତ ଏକ ବଡ଼ ବଜାର ହୋଇଥିବାରୁ କଶ୍ମୀରରେ ବସବାସ କରୁଥିବା ୮୦ ଲକ୍ଷ ଲୋକ ଓ ଦେଶର ଅନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ଦେଖାଯାଉଥିବା ବ୍ୟବହାର ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିଚାର କରୁନାହାନ୍ତି। ଏହା ଦୁର୍ଭାଗ୍ୟଜନକ କଥା ବୋଲି ଇମ୍ରାନ୍‌ କହିଛନ୍ତି।

Share