କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଚାହେଁନା ଭାରତ: ଜୟଶଙ୍କର

ଓ୍ବାଶିଂଟନ,୧।୧୦: କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ସମସ୍ୟା। ଏହା ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମ୍ଭବ। ଏଥିରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଭାରତ ଚାହେଁନା ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ମଧ୍ୟସ୍ଥି କରିବାର ଇଛା ପ୍ରକଟ କରି ଆସୁଛନ୍ତି। ଜୟଶଙ୍କର ଏଭଳି ସ୍ପଷ୍ଟୀକରଣ ଦ୍ୱାରା ପୁଣି ଥରେ ଟ୍ରମ୍ପ୍‌ଙ୍କୁ ଝଟ୍‌କା ଲାଗିଥିବା କୁହାଯାଉଛି।

Share