କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମନ୍ତ୍ରୀ ଅଲ୍ଲୀ ଅମିନ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ ତା’ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବ। ଉକ୍ତ ଦେଶକୁ ପାକିସ୍ତାନର ଶତ୍ରୁରାଷ୍ଟ ବୋଲି ବିଚାର କରାଯିବ। ପାକ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share