ପ୍ୟାରିସ୍, ୨୩।୮:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଛି ଫ୍ରାନ୍ସ। ଉଭୟ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ କଥାବାର୍ତ୍ତା ଜରିଆରେ କଶ୍ମୀର ପ୍ରସଙ୍ଗ ସମାଧାନ ଆବଶ୍ୟକ। ଏଥିରେ ତୃତୀୟ ପକ୍ଷ ପଶିବା ଉଚିତ୍ ନୁହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମ୍ୟାକ୍ରୋନ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ମ୍ୟାକ୍ରେନ୍ ଏହା କହିଛନ୍ତି। ମୋଦିଙ୍କୁ ଭେଟିବା ପରେ ସେ କଶ୍ମୀରୁ ୩୭୦ ଉଠିବା ପ୍ରସଙ୍ଗରେ ମୋତେ ଅବଗତ କରାଇଥିଲେ। କିଛିଦିନ ଭିତରେ ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହ ଆଲୋଚନା କରି ଏହି ପ୍ରସଙ୍ଗ ଦ୍ୱିପାକ୍ଷୀୟ ହେବାକୁ ନେଇ ଆଲୋଚନା କରିବି ବୋଲି ସେ କହିଛନ୍ତି।