Categories: ଜାତୀୟ

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ ଭେଟି ଦେଇଛନ୍ତି। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଆସିଥିବା ବିସ୍ତାପିତ ଭାରତର ବହୁ ରାଜ୍ୟରେ ବସବାସ କରୁଛନ୍ତି। ଏହି ପରିବାରଙ୍କୁ କେନ୍ଦ୍ର ପକ୍ଷରୁ ସାଢ଼େ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏପର୍ଯ୍ୟନ୍ତ ଏହିସବୁ ପରିବାର ଜମ୍ମୁ-କଶ୍ମୀରର ବିସ୍ଥାପିତ ତାଲିକାରେ ସ୍ଥାନ ପାଇନାହାନ୍ତି। ହେଲେ ଏବେ ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇ ସହାୟତା ପ୍ରଦାନ କରାଯିବ। ଫଳରେ ଏମାନେ କଶ୍ମୀରରେ ପୁନଃଅବସ୍ଥାପିତ କରିପାରିବେ। ୨୦୧୬ରେ ବିସ୍ତାପିତ ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଘୋଷଣା କରିଥିଲେ। ଯାହାର ଲାଭ କଶ୍ମୀରବାସୀ ଏବେ ଉଠାଇପାରିବେ।

Share