Categories: ଜାତୀୟ

କଶ୍ମୀର ଭାରତର ଅଭିନ୍ନ ଅଙ୍ଗ; ସେଥିପାଇଁ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ: ଶାହ

ନୂଆଦିଲ୍ଲୀ,୬।୮: କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ସେଥିପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ। ମଙ୍ଗଳବାର ଲୋକ ସଭାରେ ଏଭଳି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତେବେ ଏଠାରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚାଇନାର ଅକ୍ସାଇ ମଧ୍ୟ ରହିଛି। ଏସବୁକୁ ଆମେ ନିଜର ବୋଲି ଭାବୁଥିବାବେଳେ କଂଗ୍ରେସ ଏଭଳି ହୃଦୟଙ୍ଗମ କରୁଛି କି ନାହିଁ ଏପରି ପ୍ରଶ୍ନ କରିଛନ୍ତି ଶାହ। କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶାହ ଏହା କହିଛନ୍ତି।

Share