Categories: ଜାତୀୟ

କଶ୍ମୀର ଭାରତର କହି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ୍‌ ଦେଲେ ଅଦନାନ୍‌ ସାମି

ମୁମ୍ବାଇ, ୧୬।୮:ବଲିଉଡର ପ୍ରସିଦ୍ଧ ଗାୟକ ଅଦନାନ୍‌ ସାମି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦକୁ ନେଇ ଟୁଇଟରରେ ଭାରତକୁ ସମର୍ଥନ ଦେଇଥିଲେ ଅଦନାନ୍‌। ଏହାକୁ ଦେଇ ତାଙ୍କୁ ପାକିସ୍ତାନର କିଛି ଦର୍ଶକ ଟ୍ରୋଲ୍ସ କରି କହିଥିଲେ, ଯଦି ତୁମର ସାହସ ଅଛି ତେବେ ଆଉ ଥରେ କଶ୍ମୀରକୁ ନେଇ ମେସେଜ୍‌ କରି ଦେଖ। ଅଦନାନ୍‌ ଏହାର ଦୃଢ ଜବାବ ଦେଇଥିଲେ। କଶ୍ମୀର ଭାରତର, ପାକିସ୍ତାନର ଏଥିରେ କୌଣସି ହକ୍‌ ନାହିଁ ବୋଲି ସେ କହିଥିଲେ। ସୂନଚାଯୋଗ୍ୟ, ଅଦନାନ୍‌ ଇଂଲଣ୍ଡରେ ଜନ୍ମ ହୋଇଥିଲେ। କିନ୍ତୁ ସେ ଏବେ ଭାରତର ନାଗରିକତ୍ୱ ଗ୍ରହଣ କରି ଏଠାରେ ରହୁଛନ୍ତି।

Share