Categories: ଜାତୀୟ

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏବେ ଭାରତ କେବଳ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ଏହାର ପ୍ରତିପକ୍ଷ ସହିତ କଥାବାର୍ତ୍ତା ହେବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ କହିଛନ୍ତି। ବିଶାଖାପଟ୍ଟନମ୍‌ରେ ନୌସେନାର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ପ୍ରୟୋଗଶାଳାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ଏଭଳି କହିଛନ୍ତି। କଶ୍ମୀର ଭାରତ ଅଭିନ୍ନ ଅଙ୍ଗ। ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର। ଏହା କେବେ ମଧ୍ୟ ଯୁଦ୍ଧ ଚାହେଁନା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କେବଳ ପିଓକେ ନେଇ ପାକିସ୍ତାନ ସହିତ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଥିଲେ।

Share