Categories: ଜାତୀୟ

କଶ୍ମୀର ମାମଲାରେ ଟ୍ରମ୍ପକୁ ବି ହସ୍ତକ୍ଷେପ କରିବାକୁ ଦେଇ ନାହାଁନ୍ତି ମୋଦି: ଶାହ

ବୁଲଧାନା,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାର ପ୍ରଚାରକୁ ଏବେ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ ନେତା। ଶୁକ୍ରବାର ଭାଜପାର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାାହ। ମହାରାଷ୍ଟ୍ରର ଚିଖଲିଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଶାହ କହିଛନ୍ତି କଶ୍ମୀର ଆମ ନିଜର ସମସ୍ୟା। ଏଥିରେ ଅନ୍ୟ କାହାର ହସ୍ତକ୍ଷେପ ଲୋଡା ନାହିଁ। ମୋଦି ମଧ୍ୟ ଅତିତରେ ଏହି ସୂଚନା ଦେଇଥିଲେ କି କଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ୟ କୌଣସି ଦେଶ ଏମିତିକି ଆମେରିକା ମଧ୍ୟ ହସ୍ତକ୍ଷେପ କରୁ ବୋଲି ଆମେ ଚାହୁଁନା। କାରଣ ଏହା ଭାରତର ଭିତର ମାମଲା।

Share