Categories: ଜାତୀୟ

କଶ୍ମୀର ସଚିବାଳୟରେ ତ୍ରିରଙ୍ଗା

ଶ୍ରୀନଗର,୨୬ା୮(ପି.ଟି.):୩୭୦ ଉଚ୍ଛେଦର ତିନି ସପ୍ତାହ ପରେ ଶ୍ରୀନଗରସ୍ଥିତ ସଚିବାଳୟରୁ ଜମ୍ମୁ-କଶ୍ମୀରର ପତାକା ହଟିଛି। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ପୂର୍ବରୁ ସଚିବାଳୟ ଶୀର୍ଷରେ ଜାତୀୟ ପତାକା ସହ ଜମ୍ମୁ-କଶ୍ମୀରର ଲାଲ ପତାକା ଉଡ଼ୁଥିଲା। କାରଣ ସମ୍ବିଧାନର ଅନୁଚ୍ଛେଦ ୩୭୦ ରାଜ୍ୟକୁ ୧୯୫୨ ଜୁନ୍‌ ୭ରୁ ଏହି ଅନୁମତି ପ୍ରଦାନ କରିଥିଲା। ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ସେହିଦିନଠାରୁ କେବଳ ଜାତୀୟ ପତାକା ଉଡ଼ିବାର ଥିଲା। ହେଲେ ରବିବାର ସକାଳଠାରୁ ଏହାକୁ ଲାଗୁ କରାଯାଇଛି। ଆଗକୁ ସମସ୍ତ ଅଫିସରେ କେବଳ ତ୍ରିରଙ୍ଗା ଉଡ଼ିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Share