ବେଜିଂ,୨୭।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ଚାଇନା ଉପରେ ପଡ଼ି ଏହି ପ୍ରସଙ୍ଗରେ ପରାମର୍ଶ ଦେଇଛି। ଚାଇନା କହିଛି ଭାରତ-ପାକିସ୍ତାନ ନିଜ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବା ଆବଶ୍ୟକ। ଏନେଇ ଚାଇନା ବିଦେଶ ମନ୍ତଣାଳୟର ପ୍ରବକ୍ତା ହୁଆ ଚୁନ୍ୟିଙ୍ଗ୍ ସୂଚନା ଦେଇଛନ୍ତି। ଭାରତ-ପାକିସ୍ତାନ ଏଭଳି ପ୍ରୟାସ କଲେ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଚୁନ୍ୟିଙ୍ଗ୍ କହିଛନ୍ତି।