ଓ୍ବାଶିଂଟନ,୨।୧୦: କଶ୍ମୀର ସମସ୍ୟା ନେଇ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଏହା ଯୋଗୁ ପାକିସ୍ତାନ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି ଆମେରିକା କହିଛି। ଆମେରିକାର ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ବ୍ୟାପାର ସହାୟକ ପ୍ରତିରକ୍ଷା ମନ୍ତ୍ରୀ ରେଣ୍ଡଲ ଶ୍ରାଇବର ସୂଚନା ଦେଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିୟନ୍ତ୍ରଣ ନ କରି ପାରିଲେ ଏଭଳି ଘଟଣା ଘଟିପାରେ ବୋଲି ସେ କହିଛନ୍ତି। ତେବେ ଏହି ମାମଲାରେ ଚାଇନା ଭାରତ ସହିତ ଯୁଦ୍ଧ ଅବା ପାକିସ୍ତାନକୁ ସମର୍ଥନ କଲା ଭଳି ପଦକ୍ଷେପ ନେବାର ଆଶଙ୍କା ନ ଥିବା ସେ କହିଛନ୍ତି।