Categories: ଜାତୀୟ

କଶ୍ମୀର ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌: କାରବାର ବନ୍ଦ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଚଳିତ ଋତୁରେ ସେଓ କାରବାରରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ସେଓ ବ୍ୟବସାୟ ଜଡ଼ିତ ଥିବା ଲୋକଙ୍କୁ ପାକିସ୍ତାନ ଇସାରାରେ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଛନ୍ତି। ସମ୍ପ୍ରତି କଠୁଆ ଜିଲାରୁ ଆସିଥିବା ସେଓ ପେଟିରେ ଆମକୁ ସ୍ବାଧୀନତା ଆବଶ୍ୟକ, ମତେ ବୁରହାନ୍‌ ଓ୍ବାନୀ ପସନ୍ଦ ଆଦି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସେଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେହିପରି କେତେକ ସେଓରେ ପାକିସ୍ତାନ ଜିନ୍ଦାବାଦ୍‌ ଏବଂ ଗୋ ଇଣ୍ଡିଆ ଆଦି ସ୍ଲୋଗାନ୍‌ ଲେଖା ଯାଇଛି।

Share