Categories: ଜାତୀୟ

‘କଶ୍ମୀର ସ୍ଥିତି ଅତି ଖରାପ’

ଜମ୍ମୁ,୨୫ା୯(ପି.ଟି.): ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ମଙ୍ଗଳବାର କହିଛନ୍ତି। ବର୍ତ୍ତମାନ ସେ ଗଣମାଧ୍ୟମକୁ କିଛି କହିବେ ନାହିଁ। ଯାହା କହିବାର ଅଛି ଗସ୍ତ ଶେଷ ହେବା ପରେ ହିଁ କହିବେ। ତାଙ୍କୁ ମାତ୍ର ୧୦% ସ୍ଥାନକୁ ଯିବାକୁ ପ୍ରଶାସନ ଅନୁମତି ଦେଇଛି । ସେଠାରେ ସ୍ବାଧୀନତାର ଚିହ୍ନବର୍ଣ୍ଣ ନାହିଁ ବୋଲି ନିଜ ବାସଭବନ ଆଗରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ୬ ଦିନିଆ କଶ୍ମୀର ଗସ୍ତରେ ଥିବା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଆଜାଦ୍‌ ଚତୁର୍ଥ ଦିନରେ ଜମ୍ମୁରେ ପହଞ୍ଚତ୍ଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦଙ୍କ ଏହା ହେଉଛି ଉପତ୍ୟକାକୁ ପ୍ରଥମ ଗସ୍ତ। ଏହା ପୂର୍ବରୁ ସେ କଶ୍ମୀର ଯିବା ପାଇଁ ୩ ଥର ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଗତ ୧୬ ତାରିଖରେ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ସେ ଏହି ଯାତ୍ରା କରିପାରିଛନ୍ତି। ଆଜାଦ୍‌ ଦିଲ୍ଲୀ ଫେରିବା ପରେ ସୁପ୍ରିମକୋର୍ଟଙ୍କୁ ସ୍ଥିତି ନେଇ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ସେ କହିଛନ୍ତି।

Share