ଶ୍ରୀନଗର,୧୧ା୧(ପି.ଟି.): ଇଣ୍ଟରନେଟ ବନ୍ଦ ଏବଂ ଉପତ୍ୟକାରେ କଟକଣାକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ସମାଲୋଚନା କରିବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ଥିବା ୨୬ ଜଣଙ୍କ ଉପରୁ ସର୍ବସାଧାରଣ ନିରାପତ୍ତା ଆଇନ (ପିଏସ୍ଏ) ପ୍ରତ୍ୟାହାର କରିନେଇଛନ୍ତି। ସେମାନଙ୍କ ମଧ୍ୟରେ କଶ୍ମୀର ବାର୍ କାଉନସିଲ୍ର ପୂର୍ବତନ ଅଧ୍ୟକ୍ଷ ନାଜିର ଅହମଦ ରୋଙ୍ଗା ଅଛନ୍ତି। ୩୭୦ ଉଚ୍ଛେଦ ପରେ ସେମାନଙ୍କ ବିରୋଧରେ ପିଏସ୍ଏରେ ମାମଲା ଦାଏର କରାଯିବା ସହ ଅଟକ ରଖାଯାଇଥିଲା। ସେମାନଙ୍କୁ ଶନିବାର ମୁକ୍ତ କରାଯାଇପାରେ ବୋଲି ଜଣାପଡିଛି।