ଶ୍ରୀନଗର,୧୪।୮: ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ସାମୟିକ ବନ୍ଦ କରାଯାଇଛି। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ତେବେ ଡିସି ଅଫିସ୍ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଫୋନ୍ ବ୍ୟବସ୍ଥା କରାଯାଇଛି। ଏଠାରେ ପ୍ରତି ବ୍ୟକ୍ତି ନିଜର ପ୍ରିୟପରିଜନ ଓ ବନ୍ଧୁବାନ୍ଧବଙ୍କ ସହିତ ମାତ୍ର ୨ ମିନିଟ୍ କଥା ହୋଇପାରିବେ। ଫୋନ୍ରେ କଥା ହେବା ଲାଗି ଡିସି ଅଫିସ୍ ସମ୍ମୁଖରେ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସ୍ବାଧୀନତା ଦିବସ ପାଳନ ପାଇଁ ଜମ୍ମୁ-କଶ୍ମୀର ତଥା ଲଦାଖରେ ଜୋର୍ଦାର୍ ଆୟୋଜନ ଜାରି ରହିଛି। ଲୋକଙ୍କ ମଧ୍ୟରେ ଏନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।