କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ ନାହାଁନ୍ତି। ଏନେଇ ଆମେରିକା କାର୍ନିଙ୍ଗ୍‌ ମେଲାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗଣିତର ଗୁଢ଼ ସୂତ୍ର ବୁଝିବା ବାଳିକାମାନଙ୍କ ପାଇଁ ମଧ୍ୟ ସହଜ ହୋଇଥାଏ ବୋଲି ଏଥିରେ ଦର୍ଶାଯାଇଛି। ଗଣିତ ବୁଝିବାରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ନ ଥିବା ସାଇନ୍ସ୍‌ ଅଫ୍‌ ଲର୍ଣ୍ଣିଂ ପତ୍ରିକାରେ ପ୍ରକାଶ ପାଇଛି। ଏନେଇ  ୫୫ ବାଳିକା ଏବଂ ୪୯ ଜଣ ବାଳକଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ଗଣିତ ଭିତ୍ତିକ ବିଭିନ୍ନ ପ୍ରଶ୍ନ ପଚରାଯାଇ ସେମାନଙ୍କର ବୌଦ୍ଧିକ ଜ୍ଞାନର ଆକଳନ କରାଯାଇଥିଲା।

Share