ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ କଷ୍ଟମ ଅଧିକାରୀ ସୁନା ଯାଞ୍ଚବେଳେ ଧମକ ଦେଇ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପଦାକୁ ଆସିବା ପରେ କଷ୍ଟମ ବିଭାଗ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ମୁତାବକ, ତାମିଲନାଡୁର କୁପୁସ୍ୟାମୀ ନାଗରାଜ ବ୍ୟାଙ୍କକ୍ରୁ ଏଫଡି୧୧୨ ନଂ. ବିଶିଷ୍ଟ ଫ୍ଲାଟ୍ରେ ଆସି ମଙ୍ଗଳବାର ରାତି ସାଢେ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ବିମାନବନ୍ଦରରେ କଷ୍ଟମ ବିଭାଗ ଅଧିକାରୀମାନେ ତାଙ୍କୁ ଯାଞ୍ଚ କରିଥିଲେ। କୁପୁସ୍ୟାମି ଆଣିଥିବା ସୁନାର ଖରିଦ ରସିଦ ସହ ଅନ୍ୟ କାଗଜପତ୍ର ଦେଖାଇଥିଲେ ମଧ୍ୟ ଜଣେ ଅଧିକାରୀ ତାହା ଠିକ୍ ନ ଥିବା କହିଥିଲେ। ବିଭିନ୍ନ ଆଳ ଦେଖାଇ ଧମକାଇ ତାଙ୍କଠାରୁ ୫ ହଜାର ଟଙ୍କା ଜରିମନା ଆଦାୟ କରିଥିଲେ। ଏପରିକି ଜରିମାନା ଟଙ୍କାର କୌଣସି ବୈଧ ରସିଦ ଉକ୍ତ ବିମାନ ଯାତ୍ରୀଙ୍କୁ ଦେଇ ନ ଥିଲେ। ଏ ନେଇ କୁପୁସ୍ୟାମୀଙ୍କ ପରିବାର ଓ ସମ୍ପର୍କୀୟମାନେ ଜାଣିବା ପରେ ସିଆର୍ପିଏଫ୍ ଅଫିସ ନିକଟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ସିଆର୍ପିଏଫ୍ର ହସ୍ତକ୍ଷେପ ପରେ କଷ୍ଟମ ଅଧିକାରୀ ଜଣକ ୫ ହଜାର ଟଙ୍କା ଫେରାଇ ଦେଇଥିଲେ। ପରେ ଜିଏସ୍ଟିର ଅତିରିକ୍ତ କମିଶନର ସନ୍ତୋଷ ମହାନ୍ତି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଷ୍ଟମ ବିଭାଗର ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି ଯେ, ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। କିନ୍ତୁ ଉକ୍ତ ଯାତ୍ରୀ ଜଣକ ଅସହଯୋଗ କରିଥିଲେ। କଡା ଯାଞ୍ଚ ହେବାରୁ ସେ ଏପରି ଅଭିଯୋଗ ଆଣିଥିବା ଅଧିକାରୀ ଜଣକ କହିଛନ୍ତି।