କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ ହେବ, କ’ଣ ପିନ୍ଧିଲେ ଭଲ ଦେଖାଯିବ ତାହା ଆଲୋଚନା ହେଉଥିଲା। ଶୁଟିଂର ମାସକ ପୂର୍ବରୁ ଆମେ ଚିନ୍ତାରେ ରହୁଥିଲୁ ଏହି ଫିଲ୍ମ ନିମନ୍ତେ କ’ଣ ସ୍ବତନ୍ତ୍ର ପୋଷାକ ତିଆରି କରିବୁ, ଯାହା ଏହି ଫିଲ୍ମରେ ମାର୍କେଟ ନେବ। ହେଲେ ଏବେ ସେମିତି କିଛି ନାହିଁ। ଦୁଇଦିନ ପରେ ଶୁଟିଂ ଥିବ, ଆଜି ଫୋନ କଲ ଆସୁଛି ପ୍ରସ୍ତୁତ ରୁହ ଶୁଟିଂ ପାଇଁ। ଶୁଟିଂ ଲୋକେଶନ ହଠାତ୍‌ ବଦଳାଇ ଦିଆଯାଉଛି। ସେମାନେ ଚିନ୍ତା କରୁ ବି ନାହାନ୍ତି, ଲୋକେଶନ ବଦଳିଗଲେ ତାହା ପୋଷାକ ଉପରେ ମଧ୍ୟ ପ୍ରଭାବ ପଡ଼େ। କେବଳ ପେଟ ପୋଷିବା ପାଇଁ ଏବେ ଏହି ରଙ୍ଗିନ ଦୁନିଆରେ ପୋଷାକ କାମ କରୁଛି। ନଚେତ୍‌ କଷ୍ଟ୍ୟୁମ ଡିଜାଇନ କିମ୍ବା ଡିଜାଇନରଙ୍କ ମୂଲ୍ୟ ଏବେ କିଛି ନାହିଁ କହିଲେ ଚଳେ। ଏହା ଚ୍ୟାଲେଞ୍ଜର ସହ କହିପାରିବି ଯେ, ସ୍ବପ୍ନ ସାଗର, ଯାହାକୁ ରଖିବେ ଅନନ୍ତ, ସହରୀ ବାଘ, ପୁଅ ମୋର କଳା ଠାକୁର କିମ୍ବା ଆସୁଛି ମୋ କାଳିଆ ସୁନା ଚଳଚ୍ଚିତ୍ରରେ ଯେଉଁଭଳି ଭାବେ କଷ୍ଟ୍ୟୁମ ଡିଜାଇନ କରାଯାଇଥିଲା ତାହା ବର୍ତ୍ତମାନ ସିନେ ଦୁନିଆରେ କାମ କରୁଥିବା ଆଗ ଧାଡ଼ିର ନିର୍ଦ୍ଦେଶକ କିମ୍ବା ପ୍ରଯୋଜକମାନଙ୍କ ଚିନ୍ତା କରିବାଠାରୁ ଊର୍ଦ୍ଧ୍ୱରେ। ଫିଲ୍ମ ହିଟ୍‌ କିମ୍ବା ଫ୍ଲପ୍‌ ହେବା ଦିଗରେ ପୋଷାକର ପ୍ରଭାବ ମଧ୍ୟ ରହିଥାଏ। ଏ କଥା କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ କଷ୍ଟ୍ୟୁମ ଡିଜାଇନର ନିର୍ମଳ ଦାଶ। ଏବେ ସୁଦ୍ଧା ପ୍ରାୟ ୩୦୦ ଚଳଚ୍ଚିତ୍ର ପାଇଁ ନିର୍ମଳ ପୋଷାକ ଦାୟିତ୍ୱ ତୁଲାଇ ସାରିଲେଣି। ୪୨ବର୍ଷର କ୍ୟାରିୟର ଭିତରେ ତିନିଥର ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହି ରଜରେ ମୁକ୍ତିଲାଭ କରିଥିବା ତୁ ମୋ ଲଭଷ୍ଟୋରି-୨ରେ ମଧ୍ୟ ସେ ପୋଷାକ ଦାୟିତ୍ୱରେ ଥିଲେ।
କଳାଧଳା ଚଳଚ୍ଚିତ୍ର ଯାଯାବରରେ ସେ ସହକାରୀ କଷ୍ଟ୍ୟୁମ ଡିଜାଇନର ଭାବେ କାମ କରିବା ଆରମ୍ଭ କରିଥିଲେ। ମୁଖ୍ୟ ଦାୟିତ୍ୱରେ ଥାନ୍ତି ସନତ କୁମାର ଗାଙ୍ଗୁଲୀ। ହେଲେ ସନତ ଶୁଟିଂ ଅଧାରୁ କାମ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଫଳରେ ସବୁ ଦାୟିତ୍ୱ ନିର୍ମଳଙ୍କ କାନ୍ଧରେ ଦିଆଗଲା। ଏହା ହିଁ ତାଙ୍କ ପ୍ରଥମ ଫିଲ୍ମ। ନିର୍ମଳ କୁହନ୍ତି, ସେ ସମୟରେ ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ହେଲେ କ୍ୟାମେରା, ଲାଇଟ ଓ ସାଉଣ୍ଡ କଲିକତା, ବମ୍ବେ କିମ୍ବା ମାଡ୍ରାସରୁ ଆସୁଥିଲା। ପୋଷାକ ପାଇଁ ମଧ୍ୟ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେଣୁ କଟକରେ ପୋଷାକ ତିଆରି କରି ଓଡ଼ିଆ ସିନେ ଜଗତରେ ଏକ ବିପ୍ଳବ ଅଣାଯାଇଥିଲା। ଫଳରେ କମ୍‌ ଖର୍ଚ୍ଚ ଓ କମ୍‌ ସମୟରେ ଗୋଟିଏ ଫିଲ୍ମ ପାଇଁ ପୋଷାକ ପ୍ରସ୍ତୁତ ସମ୍ଭବ ହୋଇଥିଲା। ଉତ୍ତରଦାୟୀ, ଦାମିନୀ, ତୁଳସୀ, ଅପା, ରାଣୀ ଭଳି ଅନେକ ଓଡ଼ିଆ ସିରିଏଲ ପାଇଁ ମଧ୍ୟ ସେ ପୋଷାକ ଦାୟିତ୍ୱ ତୁଲାଇଛନ୍ତି। ଭେଟେରାନ ମୁଭି ମେକର ବସନ୍ତ ନାୟକ ତାଙ୍କ ଚଳଚ୍ଚିତ୍ର ନାଗଫାଶଠାରୁ ଆରମ୍ଭ କରି ୧୪୩ ଆଇ ଲଭ ୟୁ ଚଳଚ୍ଚିତ୍ର ନିର୍ମାଣ ପର୍ଯ୍ୟନ୍ତ ସେ ସବୁବେଳେ ନିର୍ମଳଙ୍କୁ ହିଁ ଖୋଜିଛନ୍ତି। ୪୨ମୌଜା ବେଣ୍ଟକାରରେ ରହୁଥିବା ନିର୍ମଳ ଏବେ ବି ସିନେ ଦୁନିଆ ସହ ଜଡ଼ିତ। ତାଙ୍କ ପୁଅ ରାଜା ଦାଶ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଯୁବ ନିର୍ଦ୍ଦେଶକ ଭାବେ ପରିଚିତ।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ...

ସାତସାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ୪୯ ବର୍ଷୀୟା ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି। ୪୯ ବର୍ଷୀୟ...

ସଲମାନଙ୍କ ପୂର୍ବ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ

ବମ୍ବେ: ବିବାଦରେ ରହି ଆସୁଥିବା ଅଭିନେତ୍ରୀ ସୋମି ଅଲିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ମାନବ ଚାଲାଣ ଶିକାର ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ...

ମୁଁ ବେଦାଙ୍ଗଙ୍କୁ ଡେଟ୍‌ କରୁନାହିଁ: ଖୁସି କପୁର

ମୁମ୍ବାଇ: ସ୍ବର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଡ଼ ପରଦାରେ ପାଦ ଥାପି ସାରିଛନ୍ତି। ଗତବର୍ଷ...

ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି…

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଖବର ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ଅଭିଷେକ ବଚ୍ଚନଙ୍କ ସହିତ ତାଙ୍କର...

‘ଲାପତା ଲେଡିଜ୍‌’ରୁ କାହିଁକି ହେଲା ‘ଲଷ୍ଟ ଲେଡିଜ୍‌’, ଭାଇରାଲ ହେଉଥିବା ପୋଷ୍ଟରର ସତ୍ୟତା ଜାଣନ୍ତୁ…

ମୁମ୍ବାଇ: କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’ ହେଉଛି ୨୦୨୫ ବର୍ଷ ଓସ୍କାର ପାଇଁ ଏଣ୍ଟ୍ରି କରିଛି। ଓସ୍କାର ପୁରସ୍କାର ପୂର୍ବରୁ ଆମିର ଖାନ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri