Advertisement

କଷ୍ଟ୍ୟୁମ ଦାମ୍‌ ୧.୫କୋଟି

କରୀନା କପୁର ଥରେ ନିଜ କଷ୍ଟ୍ୟୁମ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ମଧୁର ଭଣ୍ଡାରକରଙ୍କ ‘ହିରୋଇନ୍‌’ ଫିଲ୍ମରେ ସେ ଏକ କଷ୍ଟ୍ୟୁମ ପିନ୍ଧିଥିଲେ, ଯାହାର ଦାମ୍‌ ଥିଲା ଦେଢ଼ କୋଟି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ସେ କେତେ ପେୟାର କଷ୍ଟ୍ୟୁମ ପିନ୍ଧିଥିଲେ ଜାଣନ୍ତି ? ୧୩୦ ପେୟାର। କୌଣସି ହିନ୍ଦୀ ସିନେମାରେ ଏତେ କଷ୍ଟ୍ୟୁମ ପୂର୍ବରୁ କୌଣସି ନାୟିକା ପିନ୍ଧି ନ ଥିଲେ। ଆଉ ଏକ ଖାସ୍‌ କଥା ହେଲା, ଏହି କଷ୍ଟ୍ୟୁମଗୁଡିକୁ ଡିଜାଇନ୍‌ କରିବା ପାଇଁ ସମଗ୍ର ବିଶ୍ୱର ନାମୀ କଷ୍ଟ୍ୟୁମ ଡିଜାଇନରଙ୍କୁ ଅଣାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share