କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ ଆଲୋଚନା ଚାଲିଛି ଯେ କ୍ୟାଟ୍ରିନା କୈଫ କେବେ ହାତକୁ ଦି’ ହାତ ହେବେ। ପୁଣି ଶୁଣିବାକୁ ମିଳୁଛି ତାଙ୍କର ପୂର୍ବ ପ୍ରେମିକ ସଲ୍ମାନଙ୍କ ସହ କୁଆଡ଼େ ତାଙ୍କର ମ୍ୟାରେଜ ହେବ। ହେଲେ ସତ କଥା ହେଲା, କ୍ୟାଟ୍ରିନା ଆଉ ଅପେକ୍ଷା କରିବାକୁ ନାରାଜ। ଦେଖୁନାହାନ୍ତି, ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ସେ କେମିତି ନିଜ ରିୟଲ ଲାଇଫ ବିଷୟରେ ବଡ଼ ସୂଚନା ଦେଇଦେଲେ। ‘ଘର ସଂସାର କରିବାକୁ କିଏ ବା ନ ଚାହେଁ? ମୋ ମତରେ ଏବେ ଆଉ ଡେରି କରି କିଛି ଲାଭ ନାହିଁ। ଏ ନେଇ ମୋତେ ଖୁବ୍ ଶୀଘ୍ର ମାଇଣ୍ଡ ମେକ୍ଅପ୍ କରିବାକୁ ପଡ଼ିବ।’ ହେଲେ କେବେ ସେହି ଶୁଭଦିନ ଆସିବ ପଚାରିବାରୁ ସେ କଥା ପରେ କହିବି ବୋଲି କହିଥିଲେ କ୍ୟାଟ୍ରିନା। ତେବେ ଏକଥା ଜାଣିବାକୁ ଆମକୁ ନିଶ୍ଚୟ ଅପେକ୍ଷା କରିବାକୁ