ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା ସହ ନବାଗତ ହିସାବରେ ତାଙ୍କ ପାଇଁ ଅନେକ ପ୍ରଶଂସା ଆଣି ଦେଇଥିଲା। ବିଶେଷକରି ଫିଲ୍ମ ରିଲିଜ ହେବା ପରେ ହ୍ରିତିକ୍‌ଙ୍କ ପାଇଁ ୩୦ହଜାରରୁ ଅଧିକ ବିବାହ ପ୍ରସ୍ତାବ ଆସିଥିବା କୁହାଯାଏ।

ଫିଲ୍ମ ଲାଗି ପ୍ରଥମେ ହ୍ରିତିକଙ୍କ ବାପା ରାକେଶ ରୋଶନ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ନେବାକୁ ଚାହୁଁଥିଲେ। ହେଲେ ତାହା ହୋଇ ନ ଥିଲା। ସେହିଭଳି ନାୟିକା ଭାବେ ପ୍ରଥମେ କରିନା କପୁରଙ୍କୁ ଚୟନ କରାଯାଇଥିଲେ ହେଁ ପରେ ଅମିଷା ପଟେଲ ଫିଲ୍ମ କରିଥିଲେ।
ସେତେବେଳେ ଚଳଚ୍ଚିତ୍ରଟି ସୁପରହିଟ୍‌ ଫିଲ୍ମ ‘ମୋହବତେ’ ଓ ‘ହର ଦିଲ୍‌ ଯୋ ପ୍ୟାର କରେଗା’ ଆଦିକୁ ପଛରେ ପକାଇ ଦେଇଥିଲା। ୧୦୨ରୁ ଅଧିକ ପୁରସ୍କାର ଜିତି ଫିଲ୍ମଟି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା।

Share