Categories: ଜାତୀୟ

କହ୍ନେୟା କୁମାରଙ୍କ କାର୍‌କୁ ଆକ୍ରମଣ

ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍‌ରେ ଯାଉଥିବାବେଳେ କେତେଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ଜେଏନ୍‌ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସୁପାଉଲରୁ ଜନ୍‌ ଗନ୍‌ ମନ୍‌ ଯାତ୍ରରେ ସହର୍ଷ ଅଭିମୁଖେ ସନ୍ଧ୍ୟା ୫ଟାରେ ଯାଉଥିଲେ। ମଲିକଚୌକ ନିକଟରେ ତାଙ୍କ କାର୍‌କେଡ୍‌କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। କହ୍ନେୟା ଏଥିରୁ ବର୍ତ୍ତିଯାଇଥିବାବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ସିଏଏ ଏବଂ ଏନ୍‌ଆର୍‌ସି ସମର୍ଥକମାନେ ତାଙ୍କ କାର୍‌କେଡ୍‌କୁ ଭାଙ୍ଗିଦେଇ କାଳି ପକାଇଦେଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

Share