Categories: ଜାତୀୟ

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର ନାଗରିକ ଇଭାନା ଆଲେନ୍‌ ମିରଟରେ ଦିପକ ଆଲେନଙ୍କୁ ବିବାହ କରିବା ପରଠାରୁ ଏହି ସେବା ଯୋଗାଇ ଆସୁଥିବା କୁହନ୍ତି। ଦିପକ ‘ମିରଟ ରୋଷେଇ’ ଭଳି ଏକ ସଂସ୍ଥା ଚଳାଉଥିବା ବେଳେ ଦୀର୍ଘ ପ୍ରାୟ ୩୯ ବର୍ଷ ହେବ ସେ ଓ ତାଙ୍କ ପରିବାର ମିଶି କାଉଡିଆଙ୍କ ସେବା କରି ଆସୁଥିବା କୁହନ୍ତି। ଆଉ ଇଭାନା ତାଙ୍କ ପରିବାରର ସଦସ୍ୟ ହେବା ପରେ ସେ ମଧ୍ୟ ଏଥିରେ ସାମିଲ ହୋଇଥିବା ଦିପକ କୁହନ୍ତି। ୨୦୧୧ରେଥ ଇଭାନା ଦିପକଙ୍କୁ ବିବାହ କରି ମିରଟ ଚାଲି ଆସିଥିବା ବେଳେ ଏବେ ସେ ମିରଟର ସଂସ୍କୃତିକୁ ଆପଣାଇ ନେଲେଣି। ଏମିତିକି ସେ ଭଲ ହିନ୍ଦି ମଧ୍ୟ କହିପାରୁଛନ୍ତି।

Share