Categories: ଫୁରସତ

କାଉଡି ଯାତ୍ରାରେ ଗୋଲ୍ଡେନ୍‌ ବାବା

ମିରଟ: ଶିବଭକ୍ତମାନେ ଭଗବାନ ଶିକଙ୍କୁୁ ଜଳଲାଗି କରିବା ପାଇଁ କାଉଡି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରରେ ସାମିଲ ହୋଇଥିବା ଗୋଲ୍ଡେନ ବାବା ଏବେ ଉତ୍ତରପ୍ରଦେଶ କାହଁିକି ସାରା ଭାରତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁଧୀର ମକରରୁ ବାବା ପାଲଟିଥିବା ଗୋଲ୍ଡେନ ବାବା ୧୬ କିଲୋଗ୍ରାମର ସୁନା ପିନ୍ଧିଛନ୍ତି। ଦୀର୍ଘ ୨୬ ବର୍ଷ ହେବ ସେ କାଉଡି ଯାତ୍ରାରେ ଭାଗ ନେଇ ଆସୁଛନ୍ତିି । ଗତ ବର୍ଷ ସେ ୨୬ କେଜି ସୁନା ପିନ୍ଧିଥିଲେ , କିନ୍ତୁ ଏହି ବର୍ଷ ଦେହ ଅସୁସ୍ଥ ଥିବାରୁ ସେ୧୬ କେଜି ସୁନା ପିନ୍ଧିଛନ୍ତି ବୋଲି କହିଛନ୍ତି। ସେ କହନ୍ତି, ପ୍ରଥମରୁ ମୁଁ ୨-୩ ଗ୍ରାମ୍‌ ସୁନା ପିନ୍ଧୁଥିଲି, ଏବେ ଅଧିକ ଓଜନର ପିନ୍ଧୁୁଛି। ସେ କାହାକୁ ଏହି ସୁନା ଦାନ କରିବା ଲାଗି କହିନାହାନ୍ତି କି ଲୋନ୍‌ କରି କିଣିନାହାନ୍ତି, ବରଂ ନିଜ ଟଙ୍କାରେ ଏହାକୁ କିଣିଛନ୍ତି । ଏହି ସବୁ ଗହଣା ମଧ୍ୟରେ ରହିଛି ଚେନ୍‌, ଦେବଦେବୀଙ୍କ ଲକେଟ୍‌, ମୁଦି ଓ ବ୍ରେସ୍‌ଲେଟ। କାଉଡିି ଯାତ୍ରାରେ ତାଙ୍କ ସହ ୨୦-୩୦ ଜଣ ପୁରୁଷ ରହିଛନ୍ତି। ଏହି ଯାତ୍ରା ସମୟରେ ଖାଦ୍ୟ,ପାଣି ଓ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share