Categories: ଖେଳ

କାଉଣ୍ଟି କ୍ରିକେଟ ଖେଳିବେ ପୂଜାରା

ଲଣ୍ଡନ,୧୯।୨- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୁଧବାର ଗ୍ଲୁଷ୍ଟରଶାୟର ସହ ଚୁକ୍ତି କରିଛନ୍ତି। ସେ ଦଳ ପାଇଁ ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଲିଂଶ କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ୬ ମ୍ୟାଚ୍‌ ଖେଳିବେ। ପୂଜାରା ଭାରତୀୟ ଟେଷ୍ଟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କ କାଉଣ୍ଟି କ୍ରିକେଟ ଅଭିଯାନ ଏପ୍ରିଲ ୧୨ରୁ ମେ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ସିଜନରେ ଗ୍ଲୁଷ୍ଟରଶାୟର ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ମୁଁ ଅତ୍ୟନ୍ତ ଖୁସି। କ୍ଲବର ଲମ୍ବା କ୍ରିକେଟ ଇତିହାସ ରହିଛି ବୋଲି କ୍ଲବ ପକ୍ଷରୁ ପ୍ରକାଶିତ ବିବୃତିରେ ପୂଜାରା କହିଛନ୍ତି। ୩୨ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ସମୟ ପାଇଁ ବ୍ୟାଟିଂ କରିବାର ଦକ୍ଷତା ରହିଛି। ପୂର୍ବରୁ ପୂଜାରା ଡର୍ବିଶାୟର, ୟର୍କଶାୟର ଓ ନଟିଂହାମଶାୟର ପାଇଁ କାଉଣ୍ଟି ଚାମ୍ପିୟନଶିପ ଖେଳିସାରିଛନ୍ତି। ସେ ୨୦୧୦ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ୨୦୧୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏପର୍ଯ୍ୟନ୍ତ ୪୯.୪୮ ହାରରେ ୫ ହଜାରରୁ ଅଧିକ ରନ୍‌ କରିସାରିଛନ୍ତି।

Share