ନୂଆଦିଲ୍ଲୀ, ୧୧ା୫ (ପି.ଟି.)-ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ଲାଗି ବ୍ୟଗ୍ର ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ ଆକ୍ରାମ। ବୁମ୍ରା କ୍ରିକେଟର ସମସ୍ତ ଫର୍ମାଟରେ ଖେଳୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ତାଙ୍କର ଖୁବ୍ ଚାହିଦା ରହିଛି। ପୂର୍ବାପେକ୍ଷା ଆଜିକାଲି କ୍ରିକେଟ ଖେଳ ବଢ଼ି ଚାଲିଛି। ବୁମ୍ରା ଭାରତର ନମ୍ବର ଓ୍ବାନ ବୋଲର ହୋଇଥିବାରୁ କାଉଣ୍ଟି କ୍ରିକେଟ ପଛରେ ନ ଗୋଡ଼ାଇ ସମୟ ମିଳିଲେ ବିଶ୍ରାମ ନେବା ଉଚିଚ୍। ଯୁବ ଖେଳାଳିମାନେ ଅଧିକ ସଂଖ୍ୟାରେ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବା ଜରୁରୀ। ଏହାଦ୍ୱାରା ସେମାନେ ବୋଲିଂକୁ ଅଧିକ ମାର୍ଜିତ କରିପାରିବେ ବୋଲି ଆକ୍ରାମ କହିଛନ୍ତି। ଆକ୍ରାମଙ୍କ ମତରେ ଜଣେ ବୋଲରର ଦକ୍ଷତା ଟି୨୦ ନୁହେଁ କ୍ରିକେଟରୁ ଲମ୍ବା ଫର୍ମାଟରୁ ମାପି ହୋଇଥାଏ।